
(A Story by- Roumyaranjan Das)
-କଫି?
-ଉଁ ହୁଁ…
-ଜୁସ?
-ନାଇଁ
-ତା ହେଲେ?
-ଚା’
– EXCUSE ME, ONE Cappuccino ONE GREEN TEA, please…
-ଗ୍ରୀନ ଟି!!! (ସ୍ମିତ ହାସ୍ୟ) ମୋ ପାଇଁ ଗୋଟେ ନାଲି ଚା’
-ସବୁ ବେଳେ old fashioned…
-may be!
-ତୁମେ କଣ ସବୁ ବେଳେ ଏମିତି?
– କେମିତି?
-ଏଇ ମାନେ, ସବୁ ପ୍ରଶ୍ନର ଉତ୍ତର ଗୋଟେ ଶବ୍ଦ କି ଧାଡି ରେ …
-ନାଇଁ ତ
-ତା ହେଲେ ବୋଧେ ମୋ ସହ କଥା ହେବ ପସନ୍ଦ ନୁହଁ…
-ସେମିତି କିଛି ନାହିଁ
-ମୁଁ ତୁମକୁ ଛ ମାସ ହେବ ଜାଣିଛି | ଖାଲି performance time ରେ ତୁମେ stage ରେ ବହୁତ କଥା ହୁଅ | ଆଉ ତା ପରେ ପୁରା ନିରବ | ବୋଧେ ତୁମର ଦୁଇଟା ଚେହେରା, ଗୋଟେ ତୁମେ public ରେ ଦେଖାଓ ଆଉ ଗୋଟେ ମୋତେ |
-ସେମିତି କିଛି ବି ନୁହଁ |
-ତା ହେଲେ କେମିତି?
-ଦେଖ show ସାରିବାଠୁ ଏବେ ଯାଏଁ ଖାଲି ମୁଁ ବକର ବକର ହେଉଛି | ତୁମକୁ ଯାହା ବି ପଚାରିଲେ ଖାଲି ହଁ, ନାଇଁ, ଠିକ ଅଛି ରେ ଉତ୍ତର ଦେଉଛ |ଏତେ ସମୟ silent ରହି କଣ ଭାବୁ ଥାଅ? By the way ଏତେ ସମୟ ନିରବ କେମିତି ରହି ପାର? ନାଇଁ ମାନେ କହିବା ପାଇଁ ତମ ପାଖେ ତ ବହୁତ କଥା ଅଛି | I mean you are a very good performer, so naturally ତୁମ ପାଖେ କହିବା ପାଇଁ ବହୁତ topic ଅଛି | ତା ପରେ ବି କେମିତି ନିରବ ବସି ପାର? Strange!!!!
(ମାଡାମ ଆପଣଙ୍କ order)
ହଁ ସେଇଠି ରଖନ୍ତୁ, ଏଇ ନିଅ ତୁମ ନାଲି ଚା (ଟିକେ ଛିଗୁଲେଇ) old fashioned | ତୁମକୁ ଲାଗେନି, ତୁମେ ନିଜ ବୟସ ଠୁ ଟିକେ ଅଧିକ ବୟସ୍କ ଭଳି behave କର ବୋଲି? ଓଃ hello !! ଶୁଣୁଛ କି ନାଇଁ, କିଛି କହିବା ନାଏମିତି ବସି ଥିବ?
-କଣ କହିବି?
-ଆରେ ମୁଁ ଏତେ କଥା କହୁଛି but ତୁମେ ପଚାରୁଛ ଆଉ କଣ କହିବି? ହଉ ସେମିତି silent ହୋଇ ବସି ଥାଅ, ମୁଁ ବି ବସିଲି |
-(ସ୍ମିତ ହାସ୍ୟ)
-ହସୁଛ କଣ ପାଇଁ ? କିଛି କୁହ …
-coffee ର taste କେମିତି ଅଛି ?
-ଭଲ, ବହୁତ ବଢିଆ BTW ଏଇଟା ମୋର favorite …ସବୁ ବେଳେ show ସାରିଲେ ମୁଁ ଏଇଠି coffee ପିଏ , ଭାରି ରିଲାକ୍ସ ଲାଗେ |
-ଆଛା
-ତୁମେ କଣ କର ? I mean relax feel କରିବା ପାଇଁ ?
-ନିରବ ରହେ …
-Seriously?
-ହଁ
-ତୁମକୁ କଣ ତୁମ feellings ,ତୁମ କଥା share କରିବା ପାଇଁ ଭଲ ଲାଗେନି?
-ହଁ ଲାଗେ…
-ତା ହେଲେ କରନି କଣ ପାଇଁ?
-ଥରେ ନିରବ ହୋଇ ଦେଖ,ମୋ ଭିତରର ସବୁ କୋଳାହଳ କୁ ତୁମେ ଆପେ ଆପେ ବୁଝି ପାରିବ | ଯିବା ରାତି ବି ନିରବ ହୋଇ ଆସିଲାଣି……..