
(A Story By- Sabyasachi Kundu)
କ’ଣ ଶତୃତା ଏ କାଳବୈଶାଖୀର ଗଛ ସହ, ଟୋପାଏ ପାଣିତ ଦେବାର ନାହିଁ । ଯାହା ନଷ୍ଟ କରି ଦେଇ ଯାଉଛି ।ସମୟ ସନ୍ଧ୍ୟା ୫ଟା। ମୁଁ ବସି ଥାଏ ବାଲ୍କୋନି ରେ । ହାତ ରେ ଚା କପ ଆଉ ଟେବୁଲ ଉପରେ ମୋର ପ୍ରିୟ ଲେଖକ ତାପସ ଦାସଙ୍କ ନୂଆ କବିତା ସଂକଳନ ସହ।
ଗ୍ରୀଷ୍ମ ଅବକାଶରେ ଜଣେ ଶିକ୍ଷକଙ୍କର କାମ ବା କଣ ଥାଏ? ପିଲାଙ୍କୁ ଗୁଡ଼ାଏ ପାଠ ଦେଇ ଶାନ୍ତିରେ ଘରେ ରୁହେ । ବେଳେ ବେଳେ ରୋଷେଇ ଘରର ବନ୍ଧକୁ ଝୁଂଟି ପଡେ, ବୋଧେ ସେ ବଦମାସ ମାନସଟା ମୋତେ ମାନେ ମାନେ ଅଭିଶାପ ଦଉଛି। ବହୁତ ପାଠ ଦେଇ ଦେଇଛି ନା ମୁଁ, ସେ ପାଠ କଲା ବେଳେ ମୋତେ ବୋଧହୁଏ ଗାଳି କରୁ ଥିବ। ସେଇ ପାଇଁ ଝୁଣ୍ଟି ପଡୁଛି ମୁଁ । ଛାଡ। ସେ ବଦମାସଟା ସୁଧୁରିବନି। ମୁଁ ତାପସ ଦାସଙ୍କ କବିତା ପଢେ। ଏତେ ଶ୍ରଦ୍ଧାରେ ବହିଟି ମୋ ପାଇଁ ପଠେଇଛନ୍ତି।
ପ୍ରଥମ କବିତା ନାରୀ, ପ୍ରଥମ ଧାଡି ପଢୁ ପଢୁ ମୋ ନଜର ପଡିଲା ବାଲକୋନୀର କଳଙ୍କି ଲାଗ ଗ୍ରିଲରେ ଲାଗି ଥିବା ଏକ କପଡା ଉପରେ। ମୋବାଇଲର ଫ୍ଲ|ସ ଲାଇଟ ଅନ କରି ଦେଖିଲି ଗୋଲାପୀ ରଙ୍ଗର ଏକ ଅନ୍ତବସ୍ତ୍ର। ଆରେ, ଅଭିଵାହିତ ଘରେ ମହିଳାଙ୍କ ଏହି ଅନ୍ତବସ୍ତ୍ର ମିଳିଲେ ଚରିତ୍ର ଉପରେ ପ୍ରଶ୍ନବାବାଚୀ ଲାଗେ ।
କାହାର ହୋଇ ଥିବ ଏଇ ଅନ୍ତବସ୍ତ୍ର?
ହଁ, ପଡିଶା ଘର ମହିଳାଙ୍କର ହୋଇ ଥାଇ ପରେ । ଛାତ ଉପରେ ଶୁଖେଇ ଥିବେ, ଏଇ କାଳ ବୈଶାଖୀ ଉଡେଇ ଆଣି ଥିବ, ଆଉ ଅଯତ୍ନରେ ମୋ ବାଲ୍କୋନିରେ ରଖି ଦେଇଥିବ।
ଦେଇ ଦେବିକି?
ଯଦି ତାଙ୍କର ନ ହୋଇଥିବ?
ଛାଡ ଯାହାର ହୋଇ ଥିବ ସିଏ ନିଜେ ଆସିବ, ନହେଲେ ଦୁଇ ତିନି ଦିନ ପରେ ଅଳିଆ ଗଦାରେ ଫିଙ୍ଗି ଦେଇ ଆସିବି। ମୁଁ କବିତା ପଢିଲେ ଲାଭ ଅଛି। ପୃଷ୍ଠା ପରେ ପୃଷ୍ଠା ଲେଉଟି ଚାଲି ଥାଏ, ତାପସ ବାବୁଙ୍କର ଲେଖା ଗୁଡିକ ଅତି ସୁନ୍ଦର, ଶବ୍ଦ ଗୁଡିକୁ ଅତି ଯତ୍ନ ରେ ଯଥା ସ୍ଥାନରେ ସଜେଇ ଦେଇ ଥାନ୍ତି। ପାଠକ ପାଠିକା ମାନେ ବାନ୍ଧି ରହନ୍ତି କବିତାରେ ତାଙ୍କର। ଏ ସଂକଳନର ସବୁ କବିତା ବୋଧେ ଆଜି ସାରି ଦେଇଥାନ୍ତି ଯଦି ହଠାତ କଲିଙ୍ଗ ବେଲଟା କିଏ ବଜେଇ ନଥାନ୍ତେ। କବାଟ ଖୋଲି ଦେଖିଲି ସାମ୍ନାରେ ଜଣେ ସୁନ୍ଦରୀ ମହିଳା, ବୟସ ପାଖ ପାଖି ୩୫ ହବ।
ସେ: କ୍ଷମା କରିବେ! ମୋର ଏକ ଡ୍ରେସ ଛାତରେ ଶୁଖୁ ଥିଲା। ବୋଧହୁଏ ଉଡିଆସି ଆପଣଙ୍କ ବାଲ୍କୋନି ରେ ପଡିଛି, ମୁଁ ନବା ପାଇଁ ଆସିଛି ।
ମୁଁ: ହଁ, ମୁଁ… ମୁଁ ଜାଣିନି। ଏପଟେ ବାଲ୍କୋନି କୁ ରାସ୍ତା, ଦେଖନ୍ତୁ, ହଁ ଆସନ୍ତୁ ଆସନ୍ତୁ।
ସେ ଚାଲିଲେ ବାଲ୍କୋନି ଆଡକୁ, ଆଉ ମୁଁ ତାଙ୍କ ପଛେ ପଛେ ।
ମୁଁ: ମିଳିଲା?
ସେ: ହଁ, (ଅତି ଯତ୍ନେ ଲୁଚେଇ ଦେଲେ)
ମୁଁ: ବସନ୍ତୁ, ଚା କପଟେ ବନେଇ ଆଣୁଛି ମୁଁ, ସେଇ ବାଲ୍କୋନି ଚେୟାରରେ ବସି ଥାନ୍ତୁ ମୁଁ ଦସ ମିନିଟରେ ଆସୁଛି।
ସେ: ହଁ, ଥାଙ୍କ ୟୁ।
ମୁଁ: ଏଇ ନିଅନ୍ତୁ ଗରମ ଗରମ ନାଲି ଚା’। କ୍ଷୀର ସାରି ଯାଇଛି ତ…
ସେ: କିଛି କଥା ନାହିଁ ମୋତେ ନାଲି ଚା’ ଭାରି ପସନ୍ଦ।
ଚାହାର ପ୍ରଥମ ଢ଼ୋକରେ ତାଙ୍କ ନଜର ପଡିଲା ତାପସ ଦାସଙ୍କ କବିତା ସଂକଳନ ଉପରେ।
ସେ: ଆପଣବି ପଢ଼ନ୍ତି ତାଙ୍କୁ? ମୁଁ ପଢେ, ଅତି ଉଚ୍ଚକୋଟୀର ଲେଖା ତାଙ୍କର, ସତେ ଯେମିତି ଜଣେ ପ୍ରେମ ବିଶାରଦ।
ମୁଁ: ହଁ ।
ଚା’ କପ ସାରି ଦୁଇଟି କବିତା ମଧ୍ୟ ପଢି ସାରିଲେଣି ସେ, ଇତି ମଧ୍ୟରେ ପାରିଚୟ ହୋଇ ଯାଇଥାଏ।
ସେ: ମୁଁ ଆସୁଛି। ନ’ ଟା ହେଲାଣି, ରୋଷେଇ କରିବି।
ମୁଁ: ହୁଁ । ଆଉ କେବେ ଆସିବେ, ମୋ ପାଖେ ତାପସ ଦାସଙ୍କର ଅନେକ ବହି ଅଛି।
ସେ: ଗୁଡ଼ ନାଇଟ ।
ଚାରିଟା ନହେଉଣୁ ମାଡି ଆସୁଛି ଏ ଘୋଡା କାଳବୈଶାଖୀ, ଏବେ କରେଣ୍ଟ ପଳେଇବ, କେମିତି ପଢ଼ିବି ତାପସ ଦାସଙ୍କର କବିତା? ବାଲକୋନୀକୁ ଯାଉଛି ସେଇଠି ପଢ଼ିବି, ହେଇ ଗଲା, ଚାଲି ଗଲା।
ମୋର କଣ ଯାଉଛି ମୁଁ କବିତା ପଢ଼ବି। ସେ ଦିନ ତାଙ୍କ ପାଇଁ ଅଧା ରହି ଯାଇଥିଲା, ଆଜି ସାରି ଦେବି, ବର୍ଷ ହେଉ କି ତୋଫାନ। ବାସ ବାଲ୍କୋନି କୁ ପାଣି ନ ଛାଟୁ।
ଠକ ଠକ , ଠକ ଠକ
ଟେବୁଲ ଉପରେ ବହି ରଖି ଚାଲିଲି କବାଟ ଖୋଲିବା ପାଇଁ , ଆରେ ଆପଣ? ଆସନ୍ତୁ ।
ସେ: କରେଣ୍ଟ ଚାଲିଗଲା ତ, ମୁଁ ଭାବିଲି ଆପଣଙ୍କଠୁ କିଛି ବହି ନେଇ ଯିବି
“ମୁଁ ବି କବିତା ପଢିବାକୁ ଯାଉ ଥିଲି ଆପଣ ଆସିଗଲେ, ଚାଲନ୍ତୁ ବାଲ୍କୋନିକୁ ସେଇଠି କବିତା ଚର୍ଚ୍ଚା କରିବା ବର୍ଷାତ ହୋଇ ନାହିଁ ଆରାମରେ ପଢି ହେବ,” ଗଦ ଗଦ ହୋଇ କହି ଦେଲି ମୁଁ । ସେ ଆଗରେ ଚାଲୁ ଥାନ୍ତି, ପଛରେ ମୁଁ ଆଉ ମଝିରେ ତାଙ୍କ ଧଳା ଓଢଣୀ।
ଆପଣ ଚାଲନ୍ତୁ ମୁଁ ଦୁଇ କପ ନାଲି ଚା’ କରି ଆଣୁଛି…
ଦୁଇ କପ ଗରମା ଗରମ ନାଲି ଚା’ ଆସିଲା ।
କବିତା ପାଠ ଆରମ୍ଭ ହେଲା।
କଳା ମେଘ ଘୋଟି ଆସିଲା ଆଉ ଛିଂଚି ଦେଇ ଗଲା ଅସରାଏ ବର୍ଷା।
ଆମେ ଦୁଇ ଜଣ ଆଂଶିକ ଓଦା।
ଭିଜି ଯାଇ ଥିଲା ବହି
ଭିଜି ଯାଇଥିଲି ମୁଁ
ଭିଜି ଯାଇଥିଲେ ସେ
ଓଦା ଓଦା ତାଙ୍କ ଡ୍ରେସ ତଳୁ ସ୍ପଷ୍ଟ ଦିସୁ ଥିଲା ଗୋଲାପୀ ରଙ୍ଗର ଅନ୍ତବସ୍ତ୍ର
ଆଉ ଟେବୁଲ ଉପରେ ଗୋଟିଏ ଖାଲି କପ ଆଉ ଗୋଟେ ଖାଲି କପକୁ
କହୁଥିଲା ତୁମେ ନା “ଭାରି ଇଏ”…
Follow us at Instagram/Twitter @thetowntea